ghinua

The quintessential rebel by Bhagbaticharan Panigrahi of SHIKAR fame

ଓଡ଼ିଶାରେ ମିଳୁନି ରୋଜଗାର, କେରଳରେ କାମ କରୁଛନ୍ତି ମାଣ୍ଡିପଙ୍କା ଗାଁର ୩୦୦ ପରିବାରର ୩୦୦ ସଦସ୍ୟ : ସାମାଜିକ ସଙ୍ଗଠନ ଗାସର ରିପୋର୍ଟ

ଚାଉଳ ଉତ୍ପାଦନରେ ବଳକା ରାଜ୍ୟ ଓଡ଼ିଶା। ଏଣେ କିନ୍ତୁ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ ମାଣ୍ଡିପଙ୍କା ଗାଁର ୨ ଜଣ ମହିଳା ଆମ୍ବ ଟାକୁଆ ଖାଇ ମୃତ୍ୟୁ ଘଟଣା ରାଜ୍ୟ ଇତିହାସରେ ଆଉ ଏକ କଳଙ୍କିତ ଅଧ୍ୟାୟ ଯୋଡ଼ି ଦେଇଛି। କେବଳ ଚଳିତ ବର୍ଷ ନୁହେଁ ପ୍ରତିବର୍ଷ  ପ୍ରତି ବର୍ଷ ଅଗଷ୍ଟରୁ ଡିସେମ୍ବର ମାସ ମଧ୍ୟରେ ନିଜ ବିଲରୁ ଆସିଥିବା ଖାଦ୍ୟ ଶସ୍ୟ ସରିଯାଏ। ଲୋକେ ସେହି ସମୟର ଖାଦ୍ୟ ଆବଶ୍ୟକତା ପୂରଣ ପାଇଁ ପୂର୍ବରୁ ଆମ୍ବ […]

ଓଡ଼ିଶାରେ ମିଳୁନି ରୋଜଗାର, କେରଳରେ କାମ କରୁଛନ୍ତି ମାଣ୍ଡିପଙ୍କା ଗାଁର ୩୦୦ ପରିବାରର ୩୦୦ ସଦସ୍ୟ : ସାମାଜିକ ସଙ୍ଗଠନ ଗାସର ରିପୋର୍ଟ Read More »

ପଶ୍ଚିମ ଓଡ଼ିଶାକୁ ପାଉଁଶ ବୋଝ: ରାଜସ୍ବ ମନ୍ତ୍ରୀଙ୍କ ବୈଠକ ବଢାଇବ କି ହାଲୁକା କରିବ

ପାଉଁଶ ପରିଚାଳନା ନିର୍ଦେଶାବଳୀର ନବୀକରଣର ଆବଶ୍ୟକତା ରହିଛି। ଏଥିସଂକ୍ରାନ୍ତରେ ଜନପ୍ରତିନିଧିଙ୍କ ପରାମର୍ଶ ଏବଂ ଆଇଆଇଏମ, ଭିସୁଟ, ଭିମସାର, ସମ୍ବଲପୁର ବିଶ୍ବବିଦ୍ୟାଳୟ ଶିକ୍ଷଣ ପ୍ରତିଷ୍ଠାନର ସହଯୋଗରେ ରିପୋର୍ଟ ପ୍ରସ୍ତୁତ କରିବେ ଆରଡିସି। ଲୋ ଲାଇନ ଅଞ୍ଚଳ ଯେଉଁଠି ପାଉଁଶ ପକାଯିବାର ନିର୍ଦେଶ ରହିଛି, ତାର କୌଣସି ପ୍ରକୃତ ପରିଭାଷା ନଥିବାରୁ ମନଇଚ୍ଛା ଯେଉଁଠି ଇଚ୍ଛା ସେଠି ପାଉଁଶ ପକାଯାଉଛି। ତେଣୁ ଲୋ ଲାଇନ ଅଞ୍ଚଳର ପରିଭାଷା ନିର୍ଧାରଣ ହେବ। ବ୍ୟବସାୟରେ ପାଉଁଶକୁ କଞ୍ଚାମାଲ ଭାବରେ ବ୍ୟବହାର ପାଇଁ ପାଉଁଶ

ପଶ୍ଚିମ ଓଡ଼ିଶାକୁ ପାଉଁଶ ବୋଝ: ରାଜସ୍ବ ମନ୍ତ୍ରୀଙ୍କ ବୈଠକ ବଢାଇବ କି ହାଲୁକା କରିବ Read More »

ହୀରାକୁଦ ଭଣ୍ଡାରରେ ବୁଡ଼ି ଯାଇଥିବା ସଭ୍ୟତାର ଅଂଶବିଶେଷ ବାଦୁଡ଼ି ଦ୍ବୀପ: ଆଜିବି ଜଳଭଣ୍ଡାର ମଝିରେ କିଭଳି ରହିଛି ଘର

ହୀରାକୁଦ ଜଳଭଣ୍ଡାର ନିର୍ମାଣ ବେଳେ ଯେତେବେଳେ ଗାଁକୁ ପାଣି ମାଡ଼ି ଆସିଲା, ଯିଏ ଯେଉଁ ଠିକୁ ପାରିଲେ ଚାଲିଗଲେ। ଆମ ଗାଁର ଅନେକ ଲୋକ ଏହି ସ୍ଥାନକୁ ସୁରକ୍ଷିତ ଭାବରେ ବାଛିନେଲେ, ଯେଉଁଠି ଚାରି ପଟରେ ଗଭୀର ପାଣି ଥିଲେ ମଧ୍ୟ ମଝି କିଛି ସ୍ଥାନ ସ୍ଥଳ ଭାଗ ରହିଥିଲା। ଜଳଭଣ୍ଡାର ନିର୍ମାଣ ପରେ ଏହି ଦ୍ବୀପର ଜନ୍ମ ହୋଇଥିଲା । ସେତେବେଳେ ଏଠିକୁ ଆସିଥିବା ବ୍ୟକ୍ତିମାନେ ଭିନ୍ନ ଜାତିର ଥିଲେ, ବିଭିନ୍ନ ପ୍ରକାର ପେଶା ଥିଲା।

ହୀରାକୁଦ ଭଣ୍ଡାରରେ ବୁଡ଼ି ଯାଇଥିବା ସଭ୍ୟତାର ଅଂଶବିଶେଷ ବାଦୁଡ଼ି ଦ୍ବୀପ: ଆଜିବି ଜଳଭଣ୍ଡାର ମଝିରେ କିଭଳି ରହିଛି ଘର Read More »

ଭିଜିଲାନ୍ସ ଜାଲରେ ପଡ଼ିଥିବା ଅଧିକାରୀଙ୍କ ୨.୫୮ ଲକ୍ଷର ଔଷଧ ଖର୍ଚ ବହନ କରିବ ସ୍ବାସ୍ଥ୍ୟ ବିଭାଗ

ଭିଜିଲାନ୍ସ ଜାଲରେ ଧରିପଡ଼ିଥିବା ସ୍ବାସ୍ଥ୍ୟ ଅଧିକାରୀଙ୍କୁ ପୁରସ୍କାର। ସମସ୍ତ ପ୍ରକାର ନିୟମ ଉଲ୍ଲଂଘନ କରାଯାଇ ଚିକିତ୍ସା ଖର୍ଚ ନାମରେ  ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ଯୁଗ୍ମ ସଚିବ ମମତା ବାରିକଙ୍କୁ ୨.୫୮ ଲକ୍ଷ ଟଙ୍କା ପ୍ରଦାନ କରିବ ରାଜ୍ୟ ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ। ବିଭାଗର ବୈଷୟିକ କମିଟିର ସର୍ବସମ୍ମତି କ୍ରମେ ଅନୁମୋଦନ ପରେ ଏହି ନିଷ୍ପତ୍ତି ନିଆଯାଇଛି। ସୂଚନା ଅନୁଯାୟୀ, ସ୍ବାସ୍ଥ୍ୟ ବିଭାଗ ଅନ୍ତର୍ଗତ ବର୍ତ୍ତମାନର ଡ୍ରଗ୍ସ କଣ୍ଟ୍ରୋଲର ଏବଂ ମେଡିକାଲ ଆଟାଣ୍ଡାଣ୍ଟ ବିଭାଗର ଅଧିକାରୀ

ଭିଜିଲାନ୍ସ ଜାଲରେ ପଡ଼ିଥିବା ଅଧିକାରୀଙ୍କ ୨.୫୮ ଲକ୍ଷର ଔଷଧ ଖର୍ଚ ବହନ କରିବ ସ୍ବାସ୍ଥ୍ୟ ବିଭାଗ Read More »

“ବସୁଧୈବ କୁଟୁମ୍ବକମ” ଓ ‘ସର୍ବେ ଭବନ୍ତୁ ଶୁଖିନଃ’ ଭାରତୀୟ ଦର୍ଶନ ମୋର କମ୍ୟୁନିଷ୍ଟ ହେବାର କାରଣ” – ସୋମନାଥ ପାତ୍ର

ଦେବରଞ୍ଜନ ଭାରତୀୟ ଉପମହାଦେଶରେ ଅବସ୍ଥିତ ଦେଶ ପାକିସ୍ତାନ, ବଙ୍ଗଳାଦେଶ, ବର୍ମା, ଶ୍ରୀଲଙ୍କା, ଭୁଟାନ, ନେପାଳ ଓ ଆଫାଗାନିସ୍ତାନରେ ସ୍ଵାଧୀନତା ପରେ କେବେ ମିଲିଟାରୀ କିମ୍ବା କେବେ ରାଜା ଶାସନ ଦ୍ଵାରା ଶାସିତ ହୋଇଛନ୍ତି। ମାତ୍ର ଭାରତ ଏକମାତ୍ର ଦେଶ ଯେଉଁଠି ସ୍ଵାଧୀନତା ପରେ ରାଜାଙ୍କ ଦ୍ଵାରା ଶାସିତ ହୋଇନାହିଁ ଯେମିତି ଭୁଟାନ ଓ ନେପାଳରେ ହୋଇଛି। ସେମିତି ଦେଶର ମିଲିଟାରୀ ମୁଖ୍ୟଙ୍କ ଦ୍ଵାରା ଦେଶର ଶାସନ କ୍ଷମତାକୁ ଅକ୍ତିଆର କରାଯାଇନାହିଁ ଯେମିତି ପାକିସ୍ତାନ, ଆଜିର ବଙ୍ଗଳାଦେଶ ଓ

“ବସୁଧୈବ କୁଟୁମ୍ବକମ” ଓ ‘ସର୍ବେ ଭବନ୍ତୁ ଶୁଖିନଃ’ ଭାରତୀୟ ଦର୍ଶନ ମୋର କମ୍ୟୁନିଷ୍ଟ ହେବାର କାରଣ” – ସୋମନାଥ ପାତ୍ର Read More »

ଖଣି, କାରଖାନା ନେଇ ସାରିଛି ୧୦ ଜିଲ୍ଲାର ହଜାର-ହଜାର ଏକରର ଜଙ୍ଗଲ ଜମି

ରାଜସ୍ବ ବିଭାଗର ସୂଚନା ଅନୁସାରେ, ଖଣି ଏବଂ କାରଖାନା ପାଇଁ ପ୍ରଥମ ଥର ପାଇଁ ୭ ଜିଲ୍ଲାର ଜଙ୍ଗଲ କିସମ ଜମି ପାଇଁ ବିଭାଗ ଅନୁମୋଦିତ କରି ନାହିଁ। ଏହା ପୂର୍ବରୁ ରାୟଗଡ଼ା, କଳାହାଣ୍ଡି, କେନ୍ଦୁଝର, ବଲାଙ୍ଗୀର, ସମ୍ବଲପୁର, ଅନୁଗୁଳ, ମୟୂରଭଞ୍ଜ, ଢେଙ୍କାନାଳ, ସୁନ୍ଦରଗଡ଼, ଝାରସୁଗୁଡ଼ା, କୋରାପୁଟର ହଜାର-ହଜାର ଏକର ଜମି ଅଧିଗୃହୀତ ହୋଇ ସାରିଛି। ଏଥିମଧ୍ୟରେ ରହିଛି, ରାୟଗଡ଼ାର ଉତ୍କଳ ଆଲୁମିନା ଲିମିଟେଡ ୧୦୯ ଏକର, ଆଦିତ୍ୟ ଆଲୁମିନିୟମ ପାଇଁ ୩୫ ଏକର, କଳାହାଣ୍ଡିର ବେଦାନ୍ତ

ଖଣି, କାରଖାନା ନେଇ ସାରିଛି ୧୦ ଜିଲ୍ଲାର ହଜାର-ହଜାର ଏକରର ଜଙ୍ଗଲ ଜମି Read More »

ଖଣି ପାଇଁ ବଳିପଡ଼ିବ ୨୩୬୮ ଏକରର ରାଜସ୍ବ ଜଙ୍ଗଲ

ରାଜ୍ୟରେ ସମ୍ପ୍ରସାରିତ ହେବ ୧୪୯ ଖଣି ଏବଂ କାରଖାନା। ଏଥିପାଇଁ ଅନୁମୋଦିତ ହୋଇଛି ୨୩୬୮.୫୫୩ ଏକରର ଜଙ୍ଗଲ କିସମ  ଏବଂ ୪୩୮୯୯.୩୮୫ ଏକରର ଘରୋଇ ଜମି। ଆଗାମୀ ଦିନରେ ଶିଳ୍ପ ପ୍ରକଳ୍ପମାନଙ୍କ ପାଇଁ ସୁପାରିସ କରାଯାଇଥିବା ଜମି ଆଧାରରେ ୮୩୮୪.୯୮୧ ଏକରର ଘରୋଇ ଜମି ଅଧିଗ୍ରହଣର ଯୋଜନା ରହିଥିବା ସୂଚନା ଦେଇଛି ରାଜ୍ୟ ରାଜସ୍ବ ଏବଂ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ବିଭାଗ। ବାଲେଶ୍ବର ଜିଲ୍ଲା ଭୋଗରାଇ ବିଧାୟକ ଗୌତମ ବୁଦ୍ଧ ଦାସଙ୍କ ଅଣତାରକା ପ୍ରଶ୍ନରେ ଏହି ସୂଚନା

ଖଣି ପାଇଁ ବଳିପଡ଼ିବ ୨୩୬୮ ଏକରର ରାଜସ୍ବ ଜଙ୍ଗଲ Read More »

ମେଗା ଖଣି ଦୁର୍ନୀତିରେ କେଉଁ ୨୩ ଖଣି ଦାଖଲ କରି ନାହାନ୍ତି ଜରିମାନା

ସରକାରୀ ନିର୍ଦେଶର ଉଲ୍ଲଂଘନ କରିଛନ୍ତି ରାଜ୍ୟର ୨୩ ଖଣି। ବେଆଇନ ଭାବରେ ଖଣି ଉତ୍ତୋଳନ କରିଛନ୍ତି କିନ୍ତୁ ଧରା ପଡ଼ିବା ପରେ ଜରିମାନା ଦାଖଲ କରିନାହାନ୍ତି। ଏଥିସଂକ୍ରାନ୍ତରେ ସେମାନଙ୍କ ବିରୋଧରେ କେବଳ ସାର୍ଟିଫିିକେଟ କେସ କରି ଚୁପ ବସିଛି ରାଜ୍ୟ ସରକାର। ବର୍ତ୍ତମାନର ସରକାର ଏହାକୁ ନେଇ କଣ ପଦକ୍ଷେପନେଉଛନ୍ତି ଦେଖିବାକୁ ବାକି ରହିଲା। ୨୦୦୦ରୁ ୨୦୧୪ ମସିହା ମଧ୍ୟରେ ରାଜ୍ୟରେ ୯ ଲକ୍ଷ କୋଟି ଟଙ୍କାର ଖଣି ଦୁର୍ନୀତିର ଅଭିଯୋଗ ହୋଇଥିଲା। ଏହାର ତଦନ୍ତ ପାଇଁ

ମେଗା ଖଣି ଦୁର୍ନୀତିରେ କେଉଁ ୨୩ ଖଣି ଦାଖଲ କରି ନାହାନ୍ତି ଜରିମାନା Read More »

ବିଶ୍ବବିଦ୍ୟାଳୟର ୧୦୮୭ ପଦ ଖାଲି କିନ୍ତୁ ନାଁକୁ ନେଇ ଚିନ୍ତା

ରେଭେନ୍ସାରେ ୧୫୭ ଅଧ୍ୟାପକ ପଦ ଖାଲି କିନ୍ତୁ ବିଧାନସଭା ଠାରୁ ଆରମ୍ଭ କରି ପୁରାତନ ବିଦ୍ୟାର୍ଥୀ, ବୁଦ୍ଧିଜୀବୀ, ଛାତ୍ର ସଙ୍ଗଠନ ନାମକରଣକୁ ନେଇ ଉତ୍ତେଜିତ ହେଉଛନ୍ତି। ଆହୁରି ଭୟଙ୍କର କଥା ହେଲା, କେବଳ ରେଭେନ୍ସା ନୁହେଁ ରାଜ୍ୟରେ ସ୍ଥିତ ୧୭ଟି ବିଶ୍ବବିଦ୍ୟାଳୟର ସମୁଦାୟ ୧୮୦୦ ରୁ ୧୦୮୭ଟି ପଦ ଖାଲି ରହିଛି। ‘ଯେଉଁ ସାହେବଙ୍କ ସମୟରେ ନଅଙ୍କ ଦୁର୍ଭିକ୍ଷ ହୋଇଥିଲା, ତାଙ୍କ ନାମରେ ବିଶ୍ବବିଦ୍ୟାଳୟ ଓଡ଼ିଆ ଅସ୍ମିତା ପ୍ରତି ପ୍ରଶ୍ନବାଚୀ’।  କଟକ ପୌର ନିଗମର ସ୍ବାୟତ୍ତ ଶାସନ

ବିଶ୍ବବିଦ୍ୟାଳୟର ୧୦୮୭ ପଦ ଖାଲି କିନ୍ତୁ ନାଁକୁ ନେଇ ଚିନ୍ତା Read More »

ନିର୍ବାଚନ ପୂର୍ବରୁ ସ୍ମାର୍ଟ ମିଟର ଫେରାଇବାକୁ ସମର୍ଥନ କରିଥିବା ବିଜେପି ଆଜି କିନ୍ତୁ ଚୁପ୍

ବିଜୁଳି ବିନା ଜଳସେଚନ ଅସମ୍ଭବ। ଚାଷୀଙ୍କ ଠାରୁ ବିଜୁଳି ଟିକସ ଅର୍ଥ ଜଳସେଚନ ଟିକସ ବୋଲି କୁହାଯାଇପାରେ। ନିର୍ବାଚନ ପୂର୍ବରୁ ବରଗଡ଼ ଜିଲ୍ଲାର ଅମ୍ଭାବୋନାର ଚାଷୀ ଯେତେବେଳେ ମାତ୍ରାଧିକ ବିଜୁଳି ବିଲ ବିରୋଧରେ ସ୍ମାର୍ଟ ମିଟର ଫେରାଇ ଦେଲେ ବିଜେପି ନିଜ ଆଡ଼ୁ ସାମ୍ବାଦିକ ସମ୍ମିଳନୀ କରି ସମର୍ଥନ କରିଥିଲା। ଆଜି କିନ୍ତୁ ସେ ଚୁପ ବସିଛି। ବରଗଡ଼ ଜିଲ୍ଲାର ସ୍ମାର୍ଟ ମିଟର ବିରୋଧୀ ଆନ୍ଦୋଳନର ଆଉ କିଛି ବିନ୍ଦୂ ଉପରେ କହିଛନ୍ତି ଚାଷୀ ରମେଶ ମହାପାତ୍ର

ନିର୍ବାଚନ ପୂର୍ବରୁ ସ୍ମାର୍ଟ ମିଟର ଫେରାଇବାକୁ ସମର୍ଥନ କରିଥିବା ବିଜେପି ଆଜି କିନ୍ତୁ ଚୁପ୍ Read More »