ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସର୍ବାଧିକ ୯ ଥର ସାଂସଦ ହୋଇଥିବା ଗିରିଧର ଗମାଙ୍ଗ, ପୁଅ ଶିଶିର ଗମାଙ୍ଗଙ୍କ ସହିତ କଂଗ୍ରେସ ଫେରି ଆସିଛନ୍ତି। ଅନୁମାନ ଥିଲା ଏହି ପରିବାରର ଜଣଙ୍କୁ କଂଗ୍ରେସ ପକ୍ଷରୁ ଗୁଣୁପୁର ବିଧାନସଭା କିମ୍ବା ନବରଙ୍ଗପୁର ଲୋକସଭା ଟିକେଟ ମିଳିବ। ମାତ୍ର ବର୍ତ୍ତମାନ ପର୍ଯ୍ୟନ୍ତ କଂଗ୍ରେସ ସେମାନଙ୍କୁ ନିରାଶ କରିଛି। ୨୦୧୫ ମସିହାରେ ଗମାଙ୍ଗ ବାପା-ପୁଅ ବିଜେପିରେ ସାମିଲ ହେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଥିଲେ। ଗତବର୍ଷ ଜାନୁଆରି ୨୫ ତାରିଖରେ ସେମାନେ ବିଆରଏସରେ ଯୋଗ ଦେଇ କେ.ଚନ୍ଦ୍ରଶେଖର ରାଓଙ୍କ ସହିତ ହାତ ମିଳାଇଥିଲେ। ଓଡ଼ିଶାରେ ବିଆରଏସ ନିଜ ସାଙ୍ଗଠନିକ ସମ୍ପ୍ରସାରଣ ଯୋଜନାକୁ ବାତିଲ କରିଦେବାରୁ ଗିରିଧର ଏବଂ ଶିଶିର କଂଗ୍ରେସ ମୁହାଁ ହୋଇଛନ୍ତି। ଶିଶିର ୨୦୦୯ ମସିହାରେ କଂଗ୍ରେସ ପକ୍ଷରୁ ଏବଂ ୨୦୧୯ରେ ବିଜେପି ପକ୍ଷରୁ ଲଢି ପରାଜିତ ହୋଇଥିଲେ। ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଏହି ପରିବାର କଣ କରୁଛନ୍ତି ତାଙ୍କ ରାଜନୈତିକ ଯୋଜନା କଣ ରହିଛି ଜାଣିବା ଶିଶିର ଗମାଙ୍ଗଙ୍କ ଠାରୁ।
ଏବେ କଣ କରୁଛନ୍ତି?
ନିଜକୁ ନେଇ ଭାବି ନାହିଁ। ଟିକେଟ ପାଇଁ ଚେଷ୍ଟା କରୁଥିଲି। ଟିକେଟ ନ ମିଳିଲେ ସ୍ବାଧୀନ ଭାବରେ ନିର୍ବାଚନ ଲଢିବି ନାହିଁ।
ଓଡ଼ିଶାର ରାଜନୈତିକ ସ୍ଥିତି ବିଷୟରେ କଣ କହିବେ
ଓଡ଼ିଶାରେ ଅଦ୍ଭୁତ ରାଜନୈତିକ ସ୍ଥିତି ଦେଇ ଗତି କରୁଛି। ଏହାକୁ ନେଇ କିଛି କହିବା ଗପ କହିବା ଭଳି ହେବ। କିଛି ଦିନ ଯିବା ପରେ ଗୋଟିଏ ଚିତ୍ର ଦେଇ ହେବ। କିନ୍ତୁ ଏହା ସତ ଯେ ବିଜେଡି ଏବଂ ବିଜେପି ବୁଝାମଣା ମଧ୍ୟରେ ରହିଛନ୍ତି। ନ ଚେତ ରାଜ୍ୟସଭାରେ ଅଶ୍ବିନୀ ବୈଷ୍ଣବଙ୍କୁ ବିଜେଡ଼ି କାହିଁକି ସମର୍ଥନ ଦେଉ ଥାଆନ୍ତା। ବିଜେଡି ଏବଂ ବିଜେପିର ଅଘୋଷିତ ବୁଝାମଣାର ଲାଭ କଂଗ୍ରେସ ନେଇ ପାରୁ ନାହିଁ। ଓଡ଼ିଶା କଂଗ୍ରେସର ନେତୃତ୍ବ ବଳିଷ୍ଠ ନାହିଁ କି ତାଙ୍କ ଉପରେ କାହାରି ବିଶ୍ବାସ ନାହିଁ। ତେଣୁ ଗତ ନିର୍ବାଚନରେ ଦଳର ଯେଉଁମାନେ ଦ୍ବିତୀୟ ସ୍ଥାନରେ ଥିଲେ। ଆଜି ପ୍ରାୟ ସମସ୍ତେ ବିଜେଡି କିମ୍ବା ବିଜେପି ଚାଲିଯାଇଛନ୍ତି। ଏଥିଯୋଗୁଁ କଂଗ୍ରେସହିଁ ବେଶି କ୍ଷତିଗ୍ରସ୍ତ ହେଉଛି।
ଓଡ଼ିଶାରେ କଂଗ୍ରେସ ଦୁର୍ବଳ ଥିଲେବି ଦକ୍ଷିଣ ଓଡ଼ିଶାରେ ଦଳ ସ୍ଥିତି ଆଜିବି ମଝବୁତ ରହିଛି
କୋରାପୁଟ, ମାଲକାନଗିରିରେ କଂଗ୍ରେସ ସ୍ଥିତିକୁ ନେଇ କଣ କହିବେ। ଅବିଭକ୍ତ କୋରାପୁଟରେ ସ୍ଥିତି ଠିକ ଥିଲା। କିନ୍ତୁ ଟିକେଟ ବଣ୍ଟନ ପରେ ଗୋଳମାଳିଆ ସ୍ଥିତି ସୃଷ୍ଟି ହୋଇଛି। ଓଡ଼ିଶାରେ ନିର୍ବାଚନ ଜାତୀୟ ନୁହେଁ ରାଜ୍ୟ ପ୍ରସଙ୍ଗକୁ ନେଇ ନିର୍ବାଚନ ଲଢାଯାଏ। ବିଧାୟକମାନେହିଁ ସାଂସଦଙ୍କୁ ଜିତାପଟ ଦିଅନ୍ତି। ବିଧାୟକ ଟିକେଟ ବଣ୍ଟନ ଭୁଲ ହୋଇଥିବା ନେଇ ଅନେକ ଅଭିଯୋଗ କରୁଛନ୍ତି। ବିଦ୍ରୋହୀ ପ୍ରାର୍ଥୀ ଦଳ ପାଇଁ ସମସ୍ୟା ସୃଷ୍ଟି କରିବେ। ତେଣୁ ଯେଉଁ ଜଣେ ବ୍ୟକ୍ତି ସାଂସଦ ହୋଇଛନ୍ତି ତାଙ୍କ ଆସନ ବଞ୍ଚାଇବାବି କଷ୍ଟକର ହେ।ଇପାରେ।
ଏତେ ବର୍ଷ ପରେ କଂଗ୍ରେସ ଫେରିବା ପରେ କେମିତି ଲାଗୁଛି
ପୁରୁଣା କର୍ମୀତ ସେହିଭଳି ଅଛନ୍ତି। କଥାବାର୍ତ୍ତା ସେମିତି ସ୍ବାଭାବିକ ରହିଛି। ତେଣୁ ଅଲଗା ଅନୁଭବ ହେଉ ନାହିଁ।
ବିଜେପିରେ ରହିବାର ଅନୁଭବ କେମିତି ଥିଲା?
ବିଜେପିରେ ଅନୁଭବ ଭଲ ଥିଲେ। ନେତୃସ୍ତରରେ ସମସ୍ତେ ଭଲ ବ୍ୟବହାର କରୁଥିଲେ। ନରେନ୍ଦ୍ର ମୋଦି- ଅମିତ ଶାହା ବାପାଙ୍କୁ ଯେତେ ଥର ଭେଟିଛନ୍ତି ଭଲ ବ୍ୟବହାର କରିଛନ୍ତି। କିନ୍ତୁ ଦକ୍ଷିଣ ଓଡ଼ିଶାରେ କର୍ମୀ ଆମକୁ ଗ୍ରହଣ କରୁନଥିଲେ। ବିଶେଷକରି ଯେଉଁ ଦୁଇ ଜଣ ନେତା ଦୈନନ୍ଦିନ କାର୍ଯ୍ୟ ଦେଖୁଥିଲେ ସେମାନଙ୍କୁ ଯେତେ ବୁଝାଇଲେ ମଧ୍ୟ ବୁଝୁଥିଲେ। ତେଣୁ କାର୍ଯ୍ୟ କରିବା କଠିନ ହେଲା। ଦଳର ସମର୍ଥନ ନ ମିଳିଲେ କେମିତି କାର୍ଯ୍ୟ ହୋଇଥାଆନ୍ତା।
ବିଜେପିର ରାଜନୀତି ହିନ୍ଦୁତ୍ବ ବିଚାରକୁ ନେଇ ପର୍ଯ୍ୟବେସିତ। କେମିତି ଖାପ ଖୁଆଇ ପାରୁଥିଲେ?
ଦେଶର ଅନ୍ୟ ରାଜ୍ୟ ଅପେକ୍ଷା ଓଡ଼ିଶା ବିଜେପି ହିନ୍ଦୁତ୍ବ ବିଚାର ସେତେ ଋଢିବାଦୀ ନୁହଁନ୍ତି।
ବିଆରଏସରେ ଯୋଗଦାନର ଅନୁଭବ କଣ?
-ବିଆରଏସ ଆମେ ଛାଡ଼ି ନାହୁଁ। କିନ୍ତୁ ସେମାନେ ଓଡ଼ିଶା ୟୁନିଟ ବନ୍ଦ କରି ଦେଲେ। ବିଆରଏସ ଓଡ଼ିଶାରେ ନିର୍ବାଚନ ଲଢିଥିଲେ ଦକ୍ଷିଣ ଏବଂ ପଶ୍ଚିମ ଓଡ଼ିଶାର କିଛି ଜିଲ୍ଲାରେ ଭଲ ଚ୍ୟାଲେଞ୍ଜ ଦେଇଥାଆନ୍ତେ।
ଆପଣଙ୍କ ମୁଖ୍ୟ ପ୍ରତିଦ୍ବନ୍ଦୀ କିଏ?
ବିଜେଡି।
ବାପାଙ୍କ ସ୍ବାସ୍ଥ୍ୟ କେମିତି ଅଛି?
ମା କେମିତି ଅଛନ୍ତି?
ବାପା ଭଲ ଅଛନ୍ତି। କରୋନା ପରେ ଦୁର୍ବଳ ହୋଇଯାଇଛନ୍ତି। କିନ୍ତୁ ନିଜ କଳାକୁ ନେଇ ଏବେବି ବ୍ୟସ୍ତ ଅଛନ୍ତି। ମାବି ଭଲ ଅଛନ୍ତି। ରାଜନୀତିକୁ ଆସି ପସ୍ତାଉଛନ୍ତି ମୁଁ ଗୋଟିଏ ରାଜନୈତିକ ପରିବାରରୁ ଆସିଛି। ଲୋକଙ୍କ ପାଇଁ କିଛି କରିବା ଲକ୍ଷ୍ୟ ନେଇ ରାଜନୀତିକୁ ଆସିଛି। ରାଜ୍ୟରେ ଆଦିବାସୀ ଅଞ୍ଚଳର ଶିକ୍ଷା, ସଚେତନତାର ସ୍ତର ନିମ୍ନଗାମୀ ରହିଛି। ୨୦୧୧ ଜନଗଣନା ଅନୁସାରେ, ଅବିଭକ୍ତ କୋରାପୁଟର ଶିକ୍ଷା ହାର ୩୦ ପ୍ରତିଶତରୁ କମ ରହିଛି। ସେମାନଙ୍କର ବିଶେଷ ବିକାଶ ହୋଇ ପାରି ନାହିଁ। ଆଦିବାସୀ ଲୋକଙ୍କୁ ସରକାର ମିସଗାଇଡ଼ କରୁଛନ୍ତି। ଏବଂ ବ୍ୟବହାର କରୁଛନ୍ତି।
ଦେଶରେ ଅଧିକାଂଶ ବିସ୍ଥାପିତ ଆଦିବାସୀ
ଆଦିବାସୀ ଅଞ୍ଚଳରେ ପ୍ରାକୃତିକ ସମ୍ପଦ ରହିଛି। ତେଣୁ ଅଧିକାଂଶ ବିସ୍ଥାପିତ ଆଦିବାସୀ ହେବା ସ୍ବାଭାବିକ ଅଟେ।
କେଉଁ ଶାସନ ସମୟରେ ଓଡ଼ିଶା ସର୍ବାଧିକ ଉନ୍ନତି କରିଛି?
ସ୍ବାଧୀନତା ସହିତ ଓଡ଼ିଶାରେ ହୀରାକୁଦ ଜଳଭଣ୍ଡାର ଏବଂ ପରେ ରାଉରକେଲା ଷ୍ଟିଲ ପ୍ଲାଣ୍ଟ ହେଲା। ଅର୍ଥାତ ଉଭୟ କୃଷି, ଶିଳ୍ପକୁ ନେଇ ଓଡ଼ିଶାକୁ ଭଲ ଆରମ୍ଭ କରିଥିଲେ। କିନ୍ତୁ ଆଜି ବିକାଶ ହଜିଯାଇଛି। ଯେଉଁମାନେ ଓଡ଼ିଶା ବାହାରକୁ ଯାଉଛନ୍ତି, ସେମାନେ ଭଲ କରୁଛନ୍ତି। ସେମାନଙ୍କ ସଫଳତାକୁ ସରକାର ନିଜର ବୋଲି କହୁଛନ୍ତି। ଭବିଷ୍ୟତକୁ ନେଇ କଣ କହିବେ ରାଜନୀତିରେ ଅଛି ଏବଂ ରାଜନୀତିରେ ରହିବି।
Lorem ipsum dolor sit amet, consectetur adipiscing elit. Ut elit tellus, luctus nec ullamcorper mattis, pulvinar dapibus leo.