କଳାହାଣ୍ଡି, ନୁଆପଡା, ନର୍ଲା, ଧର୍ମଗଡ, ଲାଞ୍ଜିଗଡ, ଜୁନାଗଡ ଏବଂ ଖଡିଆଳକୁ ନେଇ ଗଠିତ କଳାହାଣ୍ଡି ଲୋକସଭା ମଣ୍ଡଳୀା ଯେଉଁଠି ବେଦାନ୍ତ ଭଳି କାରଖାନା ଅଛି କିନ୍ତୁ ଦାରିଦ୍ର୍ୟ ସ୍ଥିତି ଜଟିଳା ସର୍ବାଧିକ ଲୋକ ବାହାରକୁ ରୋଜଗାର ପାଇଁ ଯାଆନ୍ତିା ୨୦୧୯ ନିର୍ବାଚନରେ ବିଜେପି ଏହି ଲୋକସଭା ଆସନକୁ କବ୍ଚା କରିଥିଲ।। ଲୋକସଭାରେ ତାଙ୍କ ସ୍ୱର ବିଶେଷ ଶୁଣା ଯାଇ ନାହିାଁ ଭବାନୀପାଟନା ବିଧାୟକ ପ୍ରଦୀପ୍ତ ନାୟକ ରାଜ୍ୟର ମୁଖ୍ୟ ବିରୋଧୀ ଦଳ ନେତା ଥିଲୋ କିନ୍ତୁ କୋଭିଡରେ ଏଭଳି ଆକ୍ରାନ୍ତ ହେଲେ ଯେ ଆଜି ପର୍ଯ୍ୟନ୍ତ ସମ୍ପୂର୍ଣ ସୁସ୍ଥ ହୋଇ ନାହାନ୍ତିା ମମିତା ମେହେରା ହତ୍ୟା ଘଟଣା କେବଳ ଦିବ୍ୟଶଙ୍କର ମିଶ୍ର ନୁହେଁ କଳାହାଣ୍ଡିକୁ ବଦନାମ କଲ।। ପ୍ରତ୍ୟୋକ ପ୍ରସଙ୍ଗରେ ମୁହାଁମୁହିଁ ବିଜେଡି, ବିଜେପି ଏବଂ କଂଗ୍ରେସ କିନ୍ତୁ ବେଦାନ୍ତକୁ ଏକ ସ୍ୱରରେ ସମର୍ଥନ କରନ୍ତିା ମିଛ ମାମଲାରେ ଗିରଫ କିମ୍ବା ମିଛ ଗ୍ରାମସଭାରେ ଖଣି ଅନୁମତି ସ୍ଥାନୀୟ ରାଜନୈତିକ ଦଳ ନେତୃତ୍ୱଙ୍କୁ ପ୍ରଭାବିତ କରେ ନାହିଁ. କଳାହାଣ୍ଡି ଲୋକସଭାର ଏହି ନିର୍ବାଚନ କିଭଳି ହେବ କହିଛନ୍ତି ବିଶିଷ୍ଟ ସାମାଜିକ କର୍ମକର୍ତ୍ତା ଅଜିତ ପଣ୍ଡା ।
୧. କଳାହାଣ୍ଡିର ପ୍ରମୁଖ ସମସ୍ୟା କଣ? ଏହା ମଧ୍ୟରୁ କେଉଁଠି ନିର୍ବାଚନରେ ପ୍ରସଙ୍ଗ ହୋଇଛି କିନ୍ତୁ କେଉଁଟା ପ୍ରସଙ୍ଗ ହେବା କଥା କିନ୍ତୁ ହୋଇ ପାରି ନାହିାଁ
– ରୋଜଗାରହିଁ କଳାହାଣ୍ଡିର ପ୍ରମୁଖ ସମସ୍ୟା ଅଟୋ ଉଦାହରଣ ଭାବରେ କଳାହାଣ୍ଡି ଜିଲ୍ଲାର ନୁଆପଡାକୁ ନିଆଗଲେ, ୨୦୧୧ ଜନଗଣନା ଅନୁସାରେ, ଏଠାରେ ରୋଜଗାରକ୍ଷମ ବ୍ୟକ୍ତିଙ୍କ ସଂଖ୍ୟା ୨୦ଲକ୍ଷ । କୋଭିଡ ସମୟରେ ୭୨ ହଜାର ଶ୍ରମିକ ଫେରିଥିଲେ।। ଅର୍ଥାତ ରୋଜଗାର ପାଇଁ ପ୍ରତିବର୍ଷ ପାଖାପାଖି ଏହି ସଂଖ୍ୟାରେ ଲୋକେ ଯାଆନ୍ତିା କିନ୍ତୁ ସରକାର ଆଜି ପର୍ଯ୍ୟନ୍ତ ୨୦ରୁ ୩୦ ହଜାର ଶ୍ରମିକ ବାହାରକୁ ଯାଉଥିବା ସରକାର କହି ଆସୁଥିଲୋ ମନରେଗା ସେମାନଙ୍କ ନିଯୁକ୍ତିର ଭଲ ମାଧ୍ୟମ ଅଟୋ କିନ୍ତୁ ଏହାର ପରିଚାଳନାଗତ ଅବ୍ୟବସ୍ଥା ବିଶେଷକରି ଠିକ ସମୟରେ ପ୍ରାପ୍ୟ ଦିଆନଯିବା ଅସୁବିଧା ହେଉଛିା ଉଭୟ କଳାହାଣ୍ଡ ଏବଂ ନୁଆପଡାରେ ଜଳସେଚନ ନାହିାଁ ଜଳସେଚନର ଅଭାବ ବୋଡେନ ବ୍ଲକର ଅଧିକାଂଶ ଜମିକୁ ପାଣି ମାରୁ ନାହିାଁ ମାଇଗ୍ରେସନର ବଡ କାରଣ ହୁଏ । କିନ୍ତୁ ନିର୍ବାଚନରେ ଏହା ପ୍ରସଙ୍ଗ ହୁଏ ନାହିାଁ ବରଂ ଉରି ଏବଂ ରାମ ମନ୍ଦିର ବିଷୟରେ ଆଲୋଚନା ହୁଏ । ଭାବପ୍ରବଣତା ମଧ୍ୟରେ ମୁଖ୍ୟ ପ୍ରସଙ୍ଗ ଗୌଣ ହୋଇଯାଏା
୨. ମଇଦାନରେ କେଉଁମାନେ ଅଛନ୍ତି ଏବଂ କାହା ମଧ୍ୟରେ ଲଢେଇ ହେବା
ମୁଖ୍ୟତଃ କଂଗ୍ରେସ, ବିଜେପି ଏବଂ ବିଜେଡି ମଧ୍ୟରେ ଲଢେଇ ହେବ । ନୂଆଁ ଏବଂ ଭଲ ପ୍ରାର୍ଥୀ ଦୃଷ୍ଟିରୁ କଂଗ୍ରେସର ଦ୍ରୌପଦୀ ମାଝି ଉଲ୍ଲେଖନୀୟ ଅଟନ୍ତି । ସେ ପୂର୍ବରୁ ବ୍ଲକ ଅଧ୍ୟକ୍ଷ ମଧ୍ୟ ଥିଲେ । କିନ୍ତୁ ଏଠାରେ କଂଗ୍ରେସ ପଛରେ ରହିଛି । ଏହା ମଧ୍ୟ ସତ ଯେ ଏଠାରେ କଂଗ୍ରେସ ସ୍ଥିତି ଭଲ ଥିଲେ ଦ୍ରୌପଦୀଙ୍କୁ ପ୍ରାର୍ଥୀ କରାଯାଇ ନ ଥାଆନ୍ତା । ବିଜେପି ପକ୍ଷରୁ ରାଜପରିବାରର ମାଳବିକା କେଶରୀ ଦେଓ ଏବଂ ବିଜେଡିର ଲମ୍ବୋଦର ନିଆଲ ଅଛନ୍ତି । ମାଳବିକା ଆଗରେ ଥିବା ଜଣାପଡୁଥିଲେ ମଧ୍ୟ ଲମ୍ବୋଦରଙ୍କ ଯାଦବ ଭୋଟ ବ୍ୟାଙ୍କ ରହିଛି । ନୁଆପଡା, ଧର୍ମଗଡ ଏବଂ ଜୁନାଗଡରେ ଏହି ଜାତିର ଲୋକ ଅଧିକ ଅଛନ୍ତି । ସେହି ଦୃଷ୍ଟିରୁ ବିଜେଡି ତାଙ୍କୁ ଟିକେଟ ଦେଇଥିବା ଆକଳନ କରାଯାଉଛି । ଏହା ମଧ୍ୟ ଅନୁଭବ ହେଉଛି ଏଠାରେ ବିଜେଡି ଜାଣିଶୁଣି ଦୁର୍ବଳ ପ୍ରାର୍ଥୀ ଦେଇଛି । ବିଜେଡି-ବିଜେପି ଭିତିରିଆ ବୁଝାମଣା ଗୋଟିଏ କାରଣ ହେବା ନେଇ ଅନୁମାନ ରହିଛି । ଶ୍ରୀକାନ୍ତ ଚାଟାର୍ଜି ଏଠାରେ ଆଶାୟୀ ଥିଲେ । ତାଙ୍କୁ ଟିକେଟ ମିଳିଲା ନାହିାଁ
୩. ୩ ପିଢି ହେଲା ରାଜପରିବାରର ସଦସ୍ୟମାନେ ଏଠାରେ ଜିତି ଆସୁଛନ୍ତି । ଏହା କାହିଁକି ସମ୍ଭବ ହେଉଛିା
– ରାଜପରିବାର ସଦସ୍ୟମାନେ ଥରେ ଜିତିଗଲେ ସେମାନଙ୍କ ଦେଖା ମିଳେ ନାହିଁ । ଏହାକୁ ନେଇ ଲୋକମାନଙ୍କ ମଧ୍ୟରେ ସର୍ବଦା ଏକ ଅସନ୍ତୋଷ ରହି ଆସିଛି । ଅନ୍ୟ ସଦସ୍ୟଙ୍କ ଅପେକ୍ଷା ବିକ୍ରମ ଦେଓଙ୍କ ଲୋକସମ୍ପର୍କ ଥିଲା । ପାରିବାରିକ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ଯିଏ ମଧ୍ୟ ଡାକନ୍ତି ସେ ନିଶ୍ଚିତ ଯିବେ । ତାଙ୍କ ପରେ ଆସିଥିବା ପିଢି ପାର୍ଟିର ଲହର ଯୋଗୁଁ ଜିତିଛନ୍ତି । ଏହା ସହିତ କିଛି ଆଦିବାସୀ ଗୋଷ୍ଠୀଙ୍କ ମଧ୍ୟରେ ସେମାନଙ୍କ ପ୍ରତି ଆନୁଗତ୍ୟ ମଧ୍ୟ ରହିଛି । ସେମାନେ କୌଣସି ଭଲ କାର୍ଯ୍ୟ କରି ଜିତି ଆସୁଛନ୍ତି ଏହା ମଧ୍ୟ କେହି କହିବେ ନାହିଁ । ଜଣେ ସାଂସଦ ସିଧାସଳଖ ଲୋକମାନଙ୍କ ବିଶେଷ କିଛି କରିପାରିବ ନାହିଁ । ପଞ୍ଚାୟତ ଅତି ବେଶିରେ ବିଧାୟକଙ୍କ ସହିତ ଲୋକେ ସିଧାସଳଖ ସଂସ୍ପର୍ଶରେ ଆସନ୍ତି ।
୪. ଅନେକ ସମୟରେ ସାଂସଦମାନେ ଲୋକଙ୍କ ସହିତ ନ ମିଶିଲେ ମଧ୍ୟ ସଂସଦରେ ଭଲ ପ୍ରସଙ୍ଗ ଉଠାନ୍ତି । ରାଜପରିବାରର କୌଣସି ସଦସ୍ୟ ଭଲ ପ୍ରସଙ୍ଗ ଉଠାଇଛନ୍ତି କି
– ବିକ୍ରମଦେଓ ସଂସଦରେ ଖରିଆର ରେଳଲାଇନ ବିଷୟରେ ଉଠାଇଥିଲେ । ଲାଲୁ ଯାଦବ ରେଳ ମନ୍ତ୍ରୀ ସମୟରେ ଏହାକୁ ନେଇ ସର୍ଭେ ହୋଇଥିଲା । କିନ୍ତୁ ପରବର୍ତ୍ତୀ ସମୟରେ ଏହା ଆଗକୁ ବଢିନଥିଲା । ଏହା ପରର ସାଂସଦମାନେ ମଧ୍ୟ ଏହାକୁ ନେଇ ସ୍ୱର ଉଠାଇ ନାହାନ୍ତି । ନୁଆପଡାର ପହରିଆ ଗୋଷ୍ଠୀ, ଛତିଶଗଡରେ ଆଦିମ ଜନଜାତିର ମାନ୍ୟତା ପାଆନ୍ତି । କିନ୍ତୁ ଓଡିଶାରେ ସେମାନେ ଓବିସିା ସେମାନଙ୍କୁ ଜନଜାତି ମାନ୍ୟତା ପାଇଁ ଭକ୍ତ ଦାସ ସାଂସଦ ଥିବା ସମୟରୁ କହି ଆସିଛୁ ାଁ ମାତ୍ର କେହି ଏହାକୁ ଗୁରୁତ୍ୱ ଦିଅନ୍ତି ନାହିାଁ ପହରିଆ ଗୋଷ୍ଠୀଙ୍କ ସଂଖ୍ୟା କମା ସେମାନେ ନିର୍ବାଚନକୁ ପ୍ରଭାବିତ କରିପାରିବେ ନାହିଁ ତେଣୁ କୌଣସି ଏମପି ତାଙ୍କ କଥା କହନ୍ତି ନାହିାଁ
୫. ରାଜପରିବାରଙ୍କ ବିଜୟର ଧାରାକୁ କିଏ ଚ୍ୟାଲେଞ୍ଜ ଦେଇ ପାରିଥିଲୋ
-ରାଜପରିବାରର ସଦସ୍ୟଙ୍କ ବିଜୟର ଧାରାକୁ ଭକ୍ତ ଦାସ ଚ୍ୟାଲେଞ୍ଜ ଦେଇ ପାରିଥିଲେ । ଲୋକଙ୍କ ନେତା ଭାବରେ ତାଙ୍କର ଏକ ପ୍ରତିଷ୍ଠା ଥିଲ । ଲୋକଙ୍କ ପ୍ରସଙ୍ଗକୁ ନେଇ ବିଧାନସଭା, ଲୋକସଭାରେ ଉଠାଉଥିଲୋ କଂଗ୍ରେସକୁ ଆସିବା ପରେ କିଛି ସମୟ ପାଇଁ ଲାଞ୍ଜିଗଡ ଲୋକଙ୍କ କଥା କହୁଥିଲୋ କିନ୍ତୁ ପରେ ତାଙ୍କ ଷ୍ଟାଣ୍ଡ ବଦଳିଛି । ଆଜିବି ଲୋକଙ୍କ କଥା ଉଠାଇ ପାରନ୍ତେ କିନ୍ତୁ କାହିଁକି କେଜାଣି ଆଗଭଳି ଆଉ ନାହିାଁ ଲୋକଙ୍କ ମଧ୍ୟରେବି ଖଣି, ଖାଦାନ ଏବଂ ବିସ୍ଥାପନକୁ ନେଇ ଆଲୋଚନା ନାହିଁ । ମତେ ଲାଗେ ରାମ ମନ୍ଦିରକୁ ନେଇ ଲୋକେ ବେଶି ଭାବପ୍ରବଣ ଅଛନ୍ତିା
୬. ଏଥର ବିଜେଡି ନୂତନ ପ୍ରାର୍ଥୀଙ୍କୁ ଭରସା କରିଛିା ଗତଥର ବିଜେଡି ମାଳବିକାଙ୍କ ସ୍ୱାମୀ ଏବଂ ରାଜପରିବାରର ସଦସ୍ୟଙ୍କୁ ଟିକେଟ ଦେଇଥିଲ।।
– ନୂତନ ପ୍ରାର୍ଥୀ ଦେବା ବିଜେଡି ପାଇଁ ବାଧ୍ୟ ବାଧକତା ଅଟୋ ରଣନୀତି ଦୃଷ୍ଟିରୁ ଲମ୍ବୋଦର ନିଆଲଙ୍କୁ ଲୋକସଭା ବଦଳରେ ଖରିଆର ବିଧାନସଭାରେ ପ୍ରାର୍ଥୀ କରାଯାଇଥିଲୋ ତାଙ୍କ ଜିତିବା ସମ୍ଭାବନା ଅଧିକ ରହିଥିଲା । ଲମ୍ବୋଦର ପୂର୍ବରୁ ଖଡିଆଳରେ ହାରିଛନ୍ତିା ତେଣୁ ଲୋକଙ୍କ ମଧ୍ୟରେ ତାଙ୍କ ସମ୍ବେଦନଶୀଳତା ଥିଲା । ବିଜେଡି ଖଡିଆଳରେ କଂଗ୍ରେସ ବିଧାୟକ ଅଧିରାଜ ପାଣିଗ୍ରାହୀଙ୍କୁ ଟିକେଟ ଦେଇଛିା ଲମ୍ବୋଦର ନିଜର ପାରମ୍ପରିକ ପ୍ରତିଦ୍ୱନ୍ଦୀଙ୍କୁ ଧରି ଭୋଟ ପ୍ରଚାର କରୁଛନ୍ତିା ଯାହା ଅନେକ ବିଶେଷ କରି ଯାଦବ କମ୍ୟୁନିଟି ଗ୍ରହଣ ପାରୁନଥିବା ଜଣାପଡୁଛିା
୭. କଳାହାଣ୍ଡି ଏବଂ ନୁଆପଡାର ବିଭିନ୍ନ ବିଧାନସଭାର ସ୍ଥିତି କଣ
– କଳାହାଣ୍ଡି ଜିଲ୍ଲାର ୨ ଆସନ ନର୍ଲାରେ କଂଗ୍ରେସର ଭକ୍ତ ଚରଣ ଦାସ ଏବଂ ଲାଞ୍ଜିଗଡରେ ବଳଭଦ୍ର ମାଝିଙ୍କ ସ୍ଥିତି ଭଲ ରହିଛିା ଭକ୍ତଙ୍କ ମୁକାବିଲା ପଞ୍ଚାୟତ ସମିତି ଅଧ୍ୟକ୍ଷା ବିଜେଡିର ମନୋରମା ମହାନ୍ତି ଏବଂ ବିଜେପିର ଅନିରୁଦ୍ଧ ପଧାନଙ୍କ ସହିତ ହେବ । ଭୂପିନ୍ଦର ସିଂଙ୍କ ଟିକେଟ କାଟି ବିଜେଡି ମନୋରମାଙ୍କ ଉପରେ ଭରସା କରିଛି। ବଳଭଦ୍ରଙ୍କ ବିରୋଧରେ ବିଜେଡି ପ୍ରାର୍ଥୀ ତଥା ବିଧାୟକ ପ୍ରଦୀପ ଦିସାରୀ, ବିଜେପିର ରମେଶ ମାଝି ଅଛନ୍ତି । ନୁଆପଡାରେ ବିଜେପି ସାଂସଦ ବସନ୍ତ ପଣ୍ଡାଙ୍କ ପୁଅ ଅଭିନନ୍ଦନ ପଣ୍ଡାଙ୍କୁ ପ୍ରାର୍ଥୀ କରିଛି । କିନ୍ତୁ ତାଙ୍କ ସ୍ଥିତି ଭଲ ନାହିଁ । ସେ ବିଜେଡି ପ୍ରାର୍ଥୀ ବିଧାୟକ ରାଜେନ୍ଦ୍ର ଢୋଲକିଆ ଏବଂ କଂଗ୍ରେସ ସଭାପତି ଶରତ ପଟନାୟକଙ୍କ ବିରୋଧରେ ଲଢୁଛନ୍ତି । ଏଠାରେ ବିଜେଡିର ସ୍ଥିତି ଭଲ ରହିଛି । ୨୦୧୯ରେ ଏଠାରେ କଂଗ୍ରେସର ଘାସିରାମ ମାଝି, ବିଜେପିର ହୋମସିଂ ମାଝି ପ୍ରାର୍ଥୀ ଥିଲେ । ମମିତା ମେହେରଙ୍କ ହତ୍ୟା ଘଟଣା ପରେ ମଧ୍ୟ ଜୁନାଗଡରେ ବିଜେଡି ପ୍ରାର୍ଥୀ ଦିବ୍ୟଶଙ୍କର ମିଶ୍ରଙ୍କ ସ୍ଥିତି ଭଲ ରହିଛି । ତାଙ୍କର ମୁକାବିଲା ବିଜେପିର ମନୋଜ ମେହେର ଏବଂ କଂଗ୍ରେସର ତୁଲେଶ୍ୱର ନାଏକଙ୍କ ସହିତ ହେବ । ଭବାନୀପାଟନାରେ କଂଗ୍ରେସ ପ୍ରାର୍ଥୀ ସାଗର ଦାସଙ୍କ ଅବସ୍ଥା ଭଲ ନାହ ିାଁ ତାଙ୍କ ବିରୋଧରେ ଏଠାରେ ବିରୋଧୀ ଦଳ ନେତା ତଥା ବିଜେପି ପ୍ରାର୍ଥୀ ପ୍ରଦୀପ୍ତ ନାଏକ ଏବଂ ବିଜେଡି ପ୍ରାର୍ଥୀ ଲଳିତା ନାଏକ ଲଢୁଛନ୍ତି । ଲଳିତା ପୂର୍ବତନ ବିଧାୟକ ଦୁଷ୍ମନ୍ତ ନାଏକଙ୍କ ପତ୍ନୀ ଅଟନ୍ତି । ଧର୍ମଗଡରେ ବିଧାୟକ ପଷ୍ପେନ୍ଦ୍ର ସିଂହଦେଓ, ବିଜେପିର ସୁଧୀର ପାଟଜୋଷୀ ଏବଂ କଂଗ୍ରେସର ରଶ୍ମିରେଖା ରାଉତ ପ୍ରାର୍ଥୀ ଅଛନ୍ତି । ଖଡିଆଳରେ ବିଜେଡିର ଅଧିରାଜ ପାଣିଗ୍ରାହୀ, ବିଜେପିର ହିତେଶ ବଗର୍ତ୍ତି ଏବଂ କମଳ ଚରଣ ତାଣ୍ଡି ରହିଛନ୍ତି ।
୮. ଖଣି ମାଲିକ ନିର୍ବାଚନକୁ ପ୍ରଭାବିତ କରୁଛନ୍ତି
ଖଣିରୁ ସର୍ବାଧିକ ଚାନ୍ଦା ବିଜେଡି ପାଇଛିା ଏଠାରେ ଲୋକେ ପ୍ରଦୂଷଣ ଏବଂ ବିସ୍ଥାପନ, ମାଓବାଦୀ ନାମରେ ଲୋକଙ୍କୁ ବ୍ୟାପକ ଗିରଫ କରାଯାଇଛିା କିନ୍ତୁ ଏହା ନିର୍ବାଚନକୁ ପ୍ରଭାବିତ କରିବ ନାହିାଁ ଡଙ୍ଗରିଆ କନ୍ଧ ନିର୍ବାଚନ ବର୍ଜନର ଡାକରା ଦେଉଛନ୍ତି କିନ୍ତୁ ତାହା ମଧ୍ୟ ପ୍ରଭାବହୀନ ରହିଛି ।