ନାଟକ: ସରଳାର ଚିଠି
ମୂଳ ଗଳ୍ପ: ଅମ୍ରିତା ପ୍ରୀତମ୍
ନାଟ୍ୟରୁପ ଓ ନିର୍ଦ୍ଦେଶନା: ଦେବଦତ୍ତ ପତି
ଗତ ମାର୍ଚ୍ଚ ୨୨ ତାରିଖରେ ଭୁବନେଶ୍ଵର ସ୍ଥିତ ରବୀନ୍ଦ୍ର ମଣ୍ଡପରେ ପରିବେଷିତ ହୋଇଥିଲା ନାଟକ ସରଳାର ଚିଠି। ଉତ୍ତର ପୁରୁଷର ନାଟକ ପ୍ରତି ସର୍ବଦା ଆଗ୍ରହ ଥାଏ, ଏକରେ ତ ଉତ୍ତର ପୁରୁଷ ଠିକ୍ ସମୟରେ ନାଟକ ଆରମ୍ଭ କରେ ଓ ଭଲ ନାଟକ ମଞ୍ଚସ୍ଥ୍ କରେ। ବିଶିଷ୍ଟ ନାରୀ ବାଦି ତଥା ହିନ୍ଦୀର ପ୍ରଖ୍ୟାତ କବି ଅମ୍ରିତା ପ୍ରିତମଙ୍କ ଗଳ୍ପର ନାଟ୍ୟ ରୂପ ଆହୁରି ଅଧିକ ଆକର୍ଷଣ ଥିଲା।
ଦେଢ଼ ଘଣ୍ଟା ଅବଧିର ଏହି ନାଟକ ପ୍ରତି ଦର୍ଶକଙ୍କୁ ଅଭିବୁତ କରିଥିଲା। ନିର୍ଦେଶକ ଯେହେତୁ ନିଜେ ଗଳ୍ପର ନାଟ୍ୟ ରୂପ ଦେଇଥିଲେ ଓ ସେ ନିଜେ ଜଣେ ଲେଖକ ଓ ଉଚ୍ଚ କୋଟୀର ଅଭିନେତା ତେଣୁ ନାଟକରେ ଗଳ୍ପ ଫୁଟି ଉଠିଥିଲା।
ନାଟକ ଗଲ୍ପ କଥନ, ବାସ୍ତବ ଧର୍ମୀ ଓ ଅତି ବାସ୍ତବ ବାଦର ଅଭୂତପୂର୍ବ ସମିଶ୍ରଣ ଥିଲା।
ଚିଠି ରୁ ଆରଂଭ ହୁଏ ନାଟକର କଥା ବସ୍ତୁ। ଦୁଇ ବାନ୍ଧବୀ ସାରଳା ଓ ସୁଜାତା। ପାଠ ପଢା ସରିବା ପରେ ସରଳା ବାହା ହୋଇ ଯାଏ ନିଜ ଇଚ୍ଛା ବିରୁଦ୍ଧରେ। ସେ ମନ ଦେଇଥିଲା ସଂସାର ନାମୀ ଜଣେ ଯୁବକକୁଂ। ମାତ୍ର ପରିସ୍ଥିତି ଭିନ୍ନ ଥିଲା। ସେ ବିବାହ କରେ ଗାଁ ଠୁ ବହୁ ଦୂର ଏକ ଚାଷୀ ପରିବାରରେ। ତା ବରର କିରାସିନି ବେପାର। ଥିଲା ବାଲା ଘର ପାଇବା ସତ୍ୱେ ସେ ଝୁରି ହେଉଥାଏ ତା ପ୍ରଥମ ପ୍ରେମକୁ।
ସେ ଚିଠି ଲେଖେ ସୁଜାତାକୁ। ଚିଠିରେ ଥାଏ ତା କ୍ଷୋଭ, କ୍ରୋଧ, ଅଭିମାନ।
ସରଳାର ଶାଶୁ। ଝୁମୂରି। ତାରି ବୟସର। ସେ ବି ପରିସ୍ଥିତିର ଦାସ। ଘଟଣା କ୍ରମେ ଏ ସମାଜ ତାକୁ ଦୋଷ ଦେଇ ଛନ୍ଦି ଦେଇଚି ଜଣେ ବୃଦ୍ଧ ହାତରେ। ସମାଜ କଣ, ତା ନିଜ ବାପା ଅର୍ଥ ଲୋଭରେ ତାକୁ ବିକି ଦେଇଛି ତିନି ଗୁଣା ବୟସର ଜଣେ ବୃଦ୍ଧକୁ। ଝୂମୁରି ସ୍ବୀକାର କରି ପାରିନି ଏ ବିବାହ। ଏ ସଂପର୍କ। ଦୋଷ ଦେଇ ଚାଲିଛି ନିଜ ଭାଗ୍ୟକୁ, ସମାଜ କୁ ତା ବାପା ମାଆଙ୍କୁ। ସେ ବି କାହାକୁ ପ୍ରେମ କରିଥିଲା। ତା ପ୍ରେମିକ ଦେଇଥିବା ମୁଦିକୁ ସେ ଲୁଚାଇ ରଖିଛି ଚୁଲି ଭିତରେ। ପ୍ରତି ୧୫ଦିନରେ ଥରେ ତା କଥା ମନେ ପଡିଲେ ସେ ଚୁଲି ଭାଙ୍ଗେ ଓ ଗଢେ। ଗୀତ ଗାଏ।
ଶାଶୁ ବୋହୁ ଦୁଇ ବାନ୍ଧବୀ ପରି ଘର କାମ କରିଥାନ୍ତି। ଗୀତ ଗାଉ ଥାନ୍ତି, ମନ୍ ଖୁସିରେ ନାଚନ୍ତି ନିଜ ଭାଗ୍ୟକୁ ନିନ୍ଦି କାନ୍ଦନ୍ତି।
ନାଟକ ଆଗକୁ ବଢେ। ଏକ ଦୀପାବଳି ସଂଜରେ ନିଆରେ ପୋଡ଼ି ହୋଇ ସାରଳାର ପତି ମରିଯାଏ। ସେତେ ବେଳକୁ ସାରଳା ଗର୍ଭବତୀ। ଝୁମୂରୀ ତାକୁ ସାହସ ଦିଏ। ମାତ୍ର ଭାଗ୍ୟ ବଇରୀ ହୁଏ। ରୋଗଗ୍ରସ୍ତ ହୋଇ ଝୁମୁରୀ ଆର ପରିକୁ ଚାଲିଯାଏ। ଏକୁଟିଆ ହୋଇଯାଏ ସରଳା।
ସେ ଫେରେ କି ନିଜ ଗାଁ କୁ? ତା ବନ୍ଧୁ ପାଖକୁ। ନା। ଏଇଠି ନିର୍ଦେଶକ ଅତି ବାସ୍ତବଧର୍ମୀ ହୋଇ ତାକୁ ଭ୍ରମରେ/ଚିଠିରେ ଭେଟାନ୍ତି ତା ବାନ୍ଧବୀ ସୁଜାତାକୁ। ଯିଏ ଅବିବାହିତ। ମାତ୍ର ରହେ ନିଜ ପୁରୁଷ ବନ୍ଧୁ ସହ ଯିଏ ନିଜେ ଜଣେ ଚିତ୍ରକର, କବି। ସୁଜାତା ମଧ୍ୟ ଜଣେ ପ୍ରତିଷ୍ଠିତ ଲେଖିକା। ସୁଜାତାର ପ୍ରକାଶ ପାଇଛି ବହୁ ଗପ କବିତା ଓ ଉପନ୍ୟାସ। ସରଳା ସୁଜାତାକୁ ପ୍ରଶ୍ନ କରେ। କିଏ ଏହି ପୁରୁଷ? ତାର କଣ ସ୍ଥାନ ତୋ ଜୀବନରେ???
ସୁଜାତା କହେ ଆମେ ଦୁହେଁ ଦୁଇ ବନ୍ଧୁ। ଆମେ ଜୀବନର ବେଦନା ସବୁକୁ ବଣ୍ଟି ନେଇଛୁ। ପୁଣି ସରଳାକୁ ବୁଝାଏ। କି ନାରୀଟିଏ ହସିଲେ ପୃଥିବୀରେ ଧଳା ଗୋଲାପ ଫୁଟେ, କାନ୍ଦିଲେ କଳା ଓ ପ୍ରେମ କଲେ ଲାଲ୍ ଗୋଲାପ ଫୁଟେ। ନାରୀଟିଏ ଜୀବନରେ କେବେ ବି ସାଲିସ କରିବା ଉଚିତ୍ ନୁହେଁ। ସୁଜାତା ସରଳା କୁ ବଢ଼େଇ ଦିଏ ତା ଲେଖା କବିତା ଗପ ଓ ଉପନ୍ୟାସ ବହି। କହେ ପଢ଼। ପଢ଼ିଲେ ଦୁନିଆ ଜାଣିବୁ। ନିଜକୁ ଦୃଢ଼ କର। କାହା ସହ ସାଲିସ କରନା।
ସରଳା ପଢ଼େ। ସରଳାର ଝିଅଟିଏ ହୁଏ। ସେ ବି ସୁଜାତା ବହି ପଢ଼େ। ସରଳା ଆଉ ଦୁର୍ବଳ ନୁହେଁ। ସେ ସଂଘର୍ଷ ଶିଖିଚି। ବଞ୍ଚିବାର ରହା ପାଇଛି। ଶେଷ ଦୃଶ୍ୟରେ ସେ କହୁଛି ମୁଁ ଆସିବି ପୁଣି କେବେ। ଏବେ ଅନେକ କାମ୍ ଦାୟିତ୍ଵ ଅଛି ସରିଯାଇ। ଆମେ ଭେଟିବା।
ମଞ୍ଚରେ ଦୁଇ ସଖୀ ଦର୍ଶକଙ୍କୁ ପଛ କରି ପୁରୁଣା ସ୍ମୃତିକୁ ମନେ ପକାଉଛନ୍ତି ଓ ପଛ ଭାଗରେ ଉଭୟଙ୍କ ପିଲାଦିନର କଳି ଝଗଡ଼ା ଭଲପାଇବା ଅଭିନୟ ହେଉଛି ଦୁଇ କିଶୋରୀ କଳାକାରଙ୍କ ଦ୍ୱାରା।
ନାଟକ ଆରଂଭ ହେଉଛି ସୁମିତ ପଣ୍ଡାଙ୍କ ଚିଠି ଗୀତରୁ। ମଝିରେ ଯୋଗୀ ଗୀତ ଗାଇ ଭିକ୍ଷା ମାଗିଵା, ଝୁମୁରିର ଚକି ପେଶିବା, କୂଅରୁ ପାଣି ଖାଢ଼ିବା, ଢ଼ିଙ୍କରେ ଧାନ କୁଟିବା ଓ ଶେଷ ଦୃଶ୍ୟରେ ପ୍ରଖ୍ୟାତ ଗୀତ ମେ ତେନୁ ଫିର ମିଲୁଙ୍ଗି (ତୋ ସହ ଦେଖା ହେବ ପୁଣି, କେବେ ବା କେଉଁଠି ଜଣା ନାହିଁ) ସରୁଚି ନାଟକ।
ସମୀକ୍ଷକ- ପ୍ରଜ୍ଞା