ବଳକା ପ୍ଲାଜ୍ମା ବିକ୍ରି ପାଇଁ ଅହମଦାବାଦର ମେସର୍ସ ଇଣ୍ଟାସ୍ ଫାର୍ମାସ୍ୟୁଟିକାଲ ଲିମିଟେଡକୁ ପୁଣି ଚୟନ କରିଛି ରାଜ୍ୟ ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ। ୨୦୨୨ ମସିହାରୁ କ୍ରମାଗତ ଚତୁର୍ଥଥର ପାଇଁ ଏହି କମ୍ପାନିକୁ ପ୍ଲାଜ୍ମା ବିକ୍ରି ପାଇଁ ଚୟନ କରାଯାଇଛି। ତାହା ପୁଣି ଲିଟର ପିଛା ପ୍ଲାଜ୍ମା ଦର ପଡ଼ୋଶୀ ପଶ୍ଚିମବଙ୍ଗ ଠାରୁ ଦୁଇ ଗୁଣରୁ କମ୍ ରହିଛି। ସମାନ କାର୍ଯ୍ୟରେ ବ୍ୟବହୃତ ସମାନ ପ୍ଲାଜ୍ମା ବିକ୍ରି ଦରରେ ଏଭଳି ତାରତମ୍ୟ ଯୋଗୁଁ ସମୁଦାୟ ଘଟଣାକୁ ନେଇ ସନ୍ଦେହ ସୃଷ୍ଟି ହେଉଛି।
ରକ୍ତର ୪ ଉପାଦାନ ହେଲା, ପ୍ଲାଜ୍ମା, ଲାଲରକ୍ତ କୋଷ, ଧଳାରକ୍ତ କୋଷ ଏବଂ ପ୍ଲାଟ୍ଲେଟ୍। ଓଡ଼ିଶାରେ ଯେତେ ରକ୍ତ ସଂଗୃହୀତ ହୁଏ ସେଥିରୁ ଲାଲରକ୍ତ କୋଷ, ପ୍ଲାଟ୍ଲେଟ୍ର ଚାହିଦା ରୋଗୀଙ୍କ ପାଖରେ ସର୍ବାଧିକ ରହିଥାଏ। କିନ୍ତୁ ପ୍ରାୟ ପ୍ରତ୍ୟେକ ରାଜ୍ୟରେ ପ୍ଲାଜ୍ମା ବଳକା ପଡ଼ିଯାଏ। ଯାହା ଫାର୍ମାସ୍ୟୁଟିକାଲ୍ କମ୍ପାନିଙ୍କ ଔଷଧ ଉତ୍ପାଦନରେ ବ୍ୟବହୃତ ହୋଇଥାଏ। ତେଣୁ ସମସ୍ତ ରାଜ୍ୟ ସରକାରଙ୍କ ପକ୍ଷରୁ ବଳକା ପ୍ଲାଜ୍ମାକୁ ଫାର୍ମାସ୍ୟୁଟିକାଲ କମ୍ପାନିକୁ ବିକ୍ରି କରାଯାଏ। ଓଡ଼ିଶା ସରକାର ଲିଟର ପିଛା ୧୬୦୦ ଟଙ୍କାରେ ମେସର୍ସ ଇନ୍ଟାସ୍ ଫାର୍ମାସ୍ୟୁଟିକାଲ୍ସ ଲିମିଟେଡ୍କୁ ବିକ୍ରି କରୁଛନ୍ତି। ପଶ୍ଚିମବଙ୍ଗରେ ଏହି ଦର ୩୩୦୩ ଟଙ୍କା ଅଟେ। ଅଭିଯୋଗ ଅନୁଯାୟୀ, ପ୍ଲାଜ୍ମା ବିକ୍ରି ପାଇଁ ପ୍ରତିବର୍ଷ ଟେଣ୍ଡର ହେବା ଉଚିତ। ଏଥି ଅନୁଯାୟୀ, ୨୦୨୨ ମସିହାରେ ପ୍ରଥମ କରି ଓଡ଼ିଶା ସରକାର ମେସର୍ସ ଇଣ୍ଟାସ ଫାର୍ମାସ୍ୟୁଟିକାଲ ଲିମିଟେଡ୍କୁ ଟେଣ୍ଡର ଦେଇଥିଲେ। ବର୍ଷକ ପରେ ପୁଣିଥରେ ଟେଣ୍ଡର ହେବା କଥା। ଏହା ନକରି ୩ ମାସ ଓ ୬ ମାସ ଭଳି କାର୍ଯ୍ୟକାଳ ବୃଦ୍ଧି କରି, ଜୁଲାଇ ୨୦୨୪ ଯାଏ କଂପାନିର ଟେଣ୍ଡରର ଅବଧି ବୃଦ୍ଧି ହୋଇଥିଲା।
ଚଳିତ ବର୍ଷ ଜୁଲାଇ ୧୦ ତାରିଖରେ ଆଉ ଏକ ବର୍ଷର ଅବଧି ବୃଦ୍ଧି ହୋଇଥିଲା। ଏନେଇ ରାଜ୍ୟ ରକ୍ତ ଟ୍ରାନ୍ସଫ୍ୟୁଜନ୍ କାଉନସିଲ୍ ଜୁନ୍ ୨୬ ତାରିଖରେ ଚିଠି ନମ୍ବର ୩୮୧ରେ ରାଜ୍ୟର ସମସ୍ତ ରକ୍ତଭଣ୍ଡାରକୁ ଚିଠି ଲେଖିଥିଲେ ଯେ ଇନ୍ଟାସ୍ ଫାର୍ମାସ୍ୟୁଟିକାଲ୍ସ ଲିମିଟେଡ୍ର ଟେଣ୍ଡର ଅବଧି ଜୁଲାଇ ୧୦ରେ ଶେଷ ହେଉଥିବାରୁ ଏହାକୁ ଆଉ ପ୍ଲାଜ୍ମା ବିକ୍ରି କରିବେ ନାହିଁ। କିନ୍ତୁ ଚଳିତ ବର୍ଷ ଅଗଷ୍ଟରେ ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପୁଣିଥରେ ଏହି ଘରୋଇ କଂପାନିର ଚୁକ୍ତି ଅବଧିକୁ ବଢ଼ାଇଛନ୍ତି। ଓଡ଼ିଶା ପ୍ରତିବର୍ଷ ପ୍ରାୟ ୨୦ ହଜାର ଲିଟର ପ୍ଲାଜ୍ମା ବିକ୍ରି କରିଥାଏ। ପଶ୍ଚିମବଙ୍ଗ ତୁଳନାରେ ଓଡ଼ିଶାର ବିକ୍ରି ଦର କମ୍ ଥିବାରୁ ରାଜ୍ୟ ବାର୍ଷିକ ୩.୪୦ କୋଟି ଟଙ୍କାର କ୍ଷତି ସହୁଥିବା ନେଇ ଆକଳନ କରାଯାଉଛି।
ରାଜ୍ୟ ରକ୍ତ ସୁରକ୍ଷା ନିର୍ଦେଶକ କହିଛନ୍ତି, କେନ୍ଦ୍ର ସରକାରଙ୍କ ବ୍ଲଡ୍ ଟ୍ରାନ୍ସଫ୍ୟୁଜନ୍ କାଉନ୍ସିଲ୍ ପକ୍ଷରୁ ନିର୍ଦ୍ଧାରିତ ଦର ଅନୁସାରେ ହିଁ ପ୍ଲାଜ୍ମା ବିକ୍ରି କରାଯାଏ। ଅଧିକାଂଶ ଅଣବିଜେପି ସରକାର ଥିବା ରାଜ୍ୟଗୁଡ଼ିକ କେନ୍ଦ୍ର ସରକାରଙ୍କ ଏହି ନିର୍ଦ୍ଧାରିତ ଦରକୁ ମାନନ୍ତି ନାହିଁ। ପଶ୍ଚିମବଙ୍ଗ ସରକାର କେନ୍ଦ୍ର ସରକାରଙ୍କ ନିର୍ଦ୍ଧାରିତ ଦରକୁ ନ ମାନି ନିଜ ଇଚ୍ଛାରେ ପ୍ଲାଜ୍ମା ବିକ୍ରି କରନ୍ତି। ଓଡ଼ିଶା ସରକାର କେନ୍ଦ୍ର ନିର୍ଦ୍ଧାରିତ ଦରକୁ ପାଳନ କରୁଥିବାରୁ କମ୍ ଦରରେ ବିକ୍ରି ହେଉଛି। ଟେଣ୍ଡର ଜରିଆରେ ହିଁ ମେସର୍ସ ଇଣ୍ଟାସ୍ ଫାର୍ମାସ୍ୟୁଟିକାଲ୍ ଲିମିଟେଡ୍କୁ ପ୍ଲାଜମା ବିକ୍ରି ପାଇଁ ଚୟନ କରାଯାଇଛି। ଏଥିପଛରେ କୌଣସି ଅନୁକମ୍ପା ନାହିଁ।
ଓଡ଼ିଶାରେ ମିଳୁନି ରୋଜଗାର, କେରଳରେ କାମ କରୁଛନ୍ତି ମାଣ୍ଡିପଙ୍କା ଗାଁର ୩୦୦ ପରିବାରର ୩୦୦ ସଦସ୍ୟ : ସାମାଜିକ ସଙ୍ଗଠନ ଗାସର ରିପୋର୍ଟ
ଚାଉଳ ଉତ୍ପାଦନରେ ବଳକା ରାଜ୍ୟ ଓଡ଼ିଶା। ଏଣେ କିନ୍ତୁ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ ମାଣ୍ଡିପଙ୍କା ଗାଁର ୨ ଜଣ ମହିଳା ଆମ୍ବ ଟାକୁଆ ଖାଇ ମୃତ୍ୟୁ ଘଟଣା ରାଜ୍ୟ ଇତିହାସରେ ଆଉ ଏକ କଳଙ୍କିତ ଅଧ୍ୟାୟ ଯୋଡ଼ି ଦେଇଛି। କେବଳ ଚଳିତ ବର୍ଷ ନୁହେଁ ପ୍ରତିବର୍ଷ ପ୍ରତି ବର୍ଷ ଅଗଷ୍ଟରୁ ଡିସେମ୍ବର ମାସ ମଧ୍ୟରେ ନିଜ ବିଲରୁ ଆସିଥିବା ଖାଦ୍ୟ ଶସ୍ୟ ସରିଯାଏ। ଲୋକେ ସେହି ସମୟର ଖାଦ୍ୟ ଆବଶ୍ୟକତା ପୂରଣ ପାଇଁ ପୂର୍ବରୁ ଆମ୍ବ
ପଶ୍ଚିମ ଓଡ଼ିଶାକୁ ପାଉଁଶ ବୋଝ: ରାଜସ୍ବ ମନ୍ତ୍ରୀଙ୍କ ବୈଠକ ବଢାଇବ କି ହାଲୁକା କରିବ
ପାଉଁଶ ପରିଚାଳନା ନିର୍ଦେଶାବଳୀର ନବୀକରଣର ଆବଶ୍ୟକତା ରହିଛି। ଏଥିସଂକ୍ରାନ୍ତରେ ଜନପ୍ରତିନିଧିଙ୍କ ପରାମର୍ଶ ଏବଂ ଆଇଆଇଏମ, ଭିସୁଟ, ଭିମସାର, ସମ୍ବଲପୁର ବିଶ୍ବବିଦ୍ୟାଳୟ ଶିକ୍ଷଣ ପ୍ରତିଷ୍ଠାନର ସହଯୋଗରେ ରିପୋର୍ଟ ପ୍ରସ୍ତୁତ କରିବେ ଆରଡିସି। ଲୋ ଲାଇନ ଅଞ୍ଚଳ ଯେଉଁଠି ପାଉଁଶ ପକାଯିବାର ନିର୍ଦେଶ ରହିଛି, ତାର କୌଣସି ପ୍ରକୃତ ପରିଭାଷା ନଥିବାରୁ ମନଇଚ୍ଛା ଯେଉଁଠି ଇଚ୍ଛା ସେଠି ପାଉଁଶ ପକାଯାଉଛି। ତେଣୁ ଲୋ ଲାଇନ ଅଞ୍ଚଳର ପରିଭାଷା ନିର୍ଧାରଣ ହେବ। ବ୍ୟବସାୟରେ ପାଉଁଶକୁ କଞ୍ଚାମାଲ ଭାବରେ ବ୍ୟବହାର ପାଇଁ ପାଉଁଶ
ହୀରାକୁଦ ଭଣ୍ଡାରରେ ବୁଡ଼ି ଯାଇଥିବା ସଭ୍ୟତାର ଅଂଶବିଶେଷ ବାଦୁଡ଼ି ଦ୍ବୀପ: ଆଜିବି ଜଳଭଣ୍ଡାର ମଝିରେ କିଭଳି ରହିଛି ଘର
ହୀରାକୁଦ ଜଳଭଣ୍ଡାର ନିର୍ମାଣ ବେଳେ ଯେତେବେଳେ ଗାଁକୁ ପାଣି ମାଡ଼ି ଆସିଲା, ଯିଏ ଯେଉଁ ଠିକୁ ପାରିଲେ ଚାଲିଗଲେ। ଆମ ଗାଁର ଅନେକ ଲୋକ ଏହି ସ୍ଥାନକୁ ସୁରକ୍ଷିତ ଭାବରେ ବାଛିନେଲେ, ଯେଉଁଠି ଚାରି ପଟରେ ଗଭୀର ପାଣି ଥିଲେ ମଧ୍ୟ ମଝି କିଛି ସ୍ଥାନ ସ୍ଥଳ ଭାଗ ରହିଥିଲା। ଜଳଭଣ୍ଡାର ନିର୍ମାଣ ପରେ ଏହି ଦ୍ବୀପର ଜନ୍ମ ହୋଇଥିଲା । ସେତେବେଳେ ଏଠିକୁ ଆସିଥିବା ବ୍ୟକ୍ତିମାନେ ଭିନ୍ନ ଜାତିର ଥିଲେ, ବିଭିନ୍ନ ପ୍ରକାର ପେଶା ଥିଲା।
ଭିଜିଲାନ୍ସ ଜାଲରେ ପଡ଼ିଥିବା ଅଧିକାରୀଙ୍କ ୨.୫୮ ଲକ୍ଷର ଔଷଧ ଖର୍ଚ ବହନ କରିବ ସ୍ବାସ୍ଥ୍ୟ ବିଭାଗ
ଭିଜିଲାନ୍ସ ଜାଲରେ ଧରିପଡ଼ିଥିବା ସ୍ବାସ୍ଥ୍ୟ ଅଧିକାରୀଙ୍କୁ ପୁରସ୍କାର। ସମସ୍ତ ପ୍ରକାର ନିୟମ ଉଲ୍ଲଂଘନ କରାଯାଇ ଚିକିତ୍ସା ଖର୍ଚ ନାମରେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ଯୁଗ୍ମ ସଚିବ ମମତା ବାରିକଙ୍କୁ ୨.୫୮ ଲକ୍ଷ ଟଙ୍କା ପ୍ରଦାନ କରିବ ରାଜ୍ୟ ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ। ବିଭାଗର ବୈଷୟିକ କମିଟିର ସର୍ବସମ୍ମତି କ୍ରମେ ଅନୁମୋଦନ ପରେ ଏହି ନିଷ୍ପତ୍ତି ନିଆଯାଇଛି। ସୂଚନା ଅନୁଯାୟୀ, ସ୍ବାସ୍ଥ୍ୟ ବିଭାଗ ଅନ୍ତର୍ଗତ ବର୍ତ୍ତମାନର ଡ୍ରଗ୍ସ କଣ୍ଟ୍ରୋଲର ଏବଂ ମେଡିକାଲ ଆଟାଣ୍ଡାଣ୍ଟ ବିଭାଗର ଅଧିକାରୀ
“ବସୁଧୈବ କୁଟୁମ୍ବକମ” ଓ ‘ସର୍ବେ ଭବନ୍ତୁ ଶୁଖିନଃ’ ଭାରତୀୟ ଦର୍ଶନ ମୋର କମ୍ୟୁନିଷ୍ଟ ହେବାର କାରଣ” – ସୋମନାଥ ପାତ୍ର
ଦେବରଞ୍ଜନ ଭାରତୀୟ ଉପମହାଦେଶରେ ଅବସ୍ଥିତ ଦେଶ ପାକିସ୍ତାନ, ବଙ୍ଗଳାଦେଶ, ବର୍ମା, ଶ୍ରୀଲଙ୍କା, ଭୁଟାନ, ନେପାଳ ଓ ଆଫାଗାନିସ୍ତାନରେ ସ୍ଵାଧୀନତା ପରେ କେବେ ମିଲିଟାରୀ କିମ୍ବା କେବେ ରାଜା ଶାସନ ଦ୍ଵାରା ଶାସିତ ହୋଇଛନ୍ତି। ମାତ୍ର ଭାରତ ଏକମାତ୍ର ଦେଶ ଯେଉଁଠି ସ୍ଵାଧୀନତା ପରେ ରାଜାଙ୍କ ଦ୍ଵାରା ଶାସିତ ହୋଇନାହିଁ ଯେମିତି ଭୁଟାନ ଓ ନେପାଳରେ ହୋଇଛି। ସେମିତି ଦେଶର ମିଲିଟାରୀ ମୁଖ୍ୟଙ୍କ ଦ୍ଵାରା ଦେଶର ଶାସନ କ୍ଷମତାକୁ ଅକ୍ତିଆର କରାଯାଇନାହିଁ ଯେମିତି ପାକିସ୍ତାନ, ଆଜିର ବଙ୍ଗଳାଦେଶ ଓ
ଖଣି, କାରଖାନା ନେଇ ସାରିଛି ୧୦ ଜିଲ୍ଲାର ହଜାର-ହଜାର ଏକରର ଜଙ୍ଗଲ ଜମି
ରାଜସ୍ବ ବିଭାଗର ସୂଚନା ଅନୁସାରେ, ଖଣି ଏବଂ କାରଖାନା ପାଇଁ ପ୍ରଥମ ଥର ପାଇଁ ୭ ଜିଲ୍ଲାର ଜଙ୍ଗଲ କିସମ ଜମି ପାଇଁ ବିଭାଗ ଅନୁମୋଦିତ କରି ନାହିଁ। ଏହା ପୂର୍ବରୁ ରାୟଗଡ଼ା, କଳାହାଣ୍ଡି, କେନ୍ଦୁଝର, ବଲାଙ୍ଗୀର, ସମ୍ବଲପୁର, ଅନୁଗୁଳ, ମୟୂରଭଞ୍ଜ, ଢେଙ୍କାନାଳ, ସୁନ୍ଦରଗଡ଼, ଝାରସୁଗୁଡ଼ା, କୋରାପୁଟର ହଜାର-ହଜାର ଏକର ଜମି ଅଧିଗୃହୀତ ହୋଇ ସାରିଛି। ଏଥିମଧ୍ୟରେ ରହିଛି, ରାୟଗଡ଼ାର ଉତ୍କଳ ଆଲୁମିନା ଲିମିଟେଡ ୧୦୯ ଏକର, ଆଦିତ୍ୟ ଆଲୁମିନିୟମ ପାଇଁ ୩୫ ଏକର, କଳାହାଣ୍ଡିର ବେଦାନ୍ତ